ମୁଖ୍ୟ ଖବର

୨.୬ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳା ଗିରଫ

By Angul TV Bureau

July 02, 2024

ଅନୁଗୁଳ : ଅନୁଗୁଳରେ ବ୍ରାଉନସୁଗାର ବେପାରର ଚେର ଲମ୍ବାଇଥିବା ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଗିରଫ ମହିଳା ହେଲେ ମଦନମୋହନପଡ଼ାର ମିନତି ଓରଫ ଶବନମ ବେଗମ (୫୨)।

ସୂଚନା ମୁତାବକ, ସୋମବାର ବିଇ‌ଡି କଲେଜ ଖେଳ ପଡ଼ିଆ ନିକଟରେ ଶବନମ ବ୍ରାଉନସୁଗାର ପୁଡ଼ିଆ କରି ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ଖବର ପାଇ ଅନୁଗୁଳ ଟାଉନ ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ମହିଳା ଙ୍କ ଠାରୁ ୨.୬୩୦ ଗ୍ରାମ୍ ବ୍ରାଉନ୍‌ସୁଗର ସହ ୬୦ ହଜାର ଟଙ୍କା, ଏକ ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକସ ଓଜନ ମେସିନ୍ ଓ ଏକ ବ୍ୟାଙ୍କ ପାସବୁକ ଜବତ କରାଯାଇଛି। ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।