ଘଟଣା ଓ ଦୁର୍ଘଟଣା

୪ ଲକ୍ଷରୁ ଊର୍ଦ୍ଧ୍ଵ ମୂଲ୍ଯର ବ୍ରାଉନସୁଗାର ଜବତ, ଜଣେ ଗିରଫ

By Angul TV Bureau

October 30, 2023

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଓରା ସାହିରୁ ଅବକାରୀ ବିଭାଗ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀକୁ ବାନ୍ଧିଛି। ଗିରଫ ଅଭିଯୁକ୍ତ ହେଲେ ସେହି ସାହିର ସୁନୀଲ କୁମାର ଭୂତିଆ।

ସୂଚନା ଅନୁସାରେ, ଅରା ସାହିର ସୁନୀଲ ବ୍ରାଉନସୁଗାର ବେପାର କରୁଥିବା ଖବର ପାଇ ଅବକାରୀ ବିଭାଗ ତା’ ଉପରେ ନଜର ରଖିଥିଲା। ରବିବାର ସେ ଗରାଖ ଅପେକ୍ଷାରେ ଥିବା ବେଳେ ଅବକାରୀ ବିଭାଗ କାବୁ କରି ନେଇଥିଲା। ଯାଞ୍ଚ ବେଳେ ତା ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ ହଜାର ହେବ ବୋଲି ଜଣାପଡ଼ିଛି। ପୋଲିସ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି।