ଘଟଣା ଓ ଦୁର୍ଘଟଣା

ବ୍ରାଉନ୍‌ସୁଗର, ଗଞ୍ଜେଇ ଜବତ: ଦମ୍ପତି ଗିରଫ

By Biswaranjan Pattnaik

March 22, 2021

ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ରବିବାର ଦେଉଳବେଡ଼ା ଇଲାକାରେ ଚଢ଼ଉ କରି ୩ ଗ୍ରାମ୍ ବ୍ରାଉନ୍‌ସୁଗର ଏବଂ ୧୫ ଗ୍ରାମ ଗଂଜେଇ ଜବତ କରିଛି । ମାଦକ ଦ୍ରବ୍ୟ ଚୋରା କାରବାରରେ ସଂପୃକ୍ତି ନେଇ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେଉଳବେଡ଼ା ଅଞ୍ଚଳରେ ବ୍ରାଉନସୁଗର କାରବାର ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଥାନା ଅଧିକାରୀ ସବ୍ୟସାଚୀ ରାଉତଙ୍କ ନେତୃତ୍ବରେ ପୁଲିସ ଦଳ ଗତ ବିଳମ୍ବିତ ରାତିରେ ଚଢ଼ଉ କରିଥିଲେ । ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସେକ ସେରୱାନ ଖାନ୍ ଓ ତାଙ୍କ ପତ୍ନୀ ସଲମା ବେଗମଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩ ଗ୍ରାମ ବ୍ରାଉନ୍‌ସୁଗର ଓ ୧୫ ଗ୍ରାମ୍ ଓଜନର ଗଞ୍ଜଇ ଜବତ କରାଯାଇଥିଲା । ଏଥିସହିତ ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ଏହି ବ୍ରାଉନସୁଗରର ମୁଖ୍ୟ ରାକେଟ ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ଖୁବ୍ ଶୀଘ୍ର ପର୍ଦଫାସ ହେବ ବୋଲି ପୁଲିସ ଆଶା ପ୍ରକାଶ କରିଛି ।