ମୁଖ୍ୟ ଖବର

ବିଏସଏନଏଲ ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ ଟଙ୍କା

By Biswaranjan Pattnaik

February 05, 2025

ଅନୁଗୁଳ: ବିଏସଏନଏଲ ୧୫୦ ଦିନ ପାଇଁ ଏକ ଶସ୍ତା ପ୍ଲାନ କମ୍ପାନୀର ୱେବସାଇଟରେ ତାଲିକାଭୁକ୍ତ ହୋଇଛି । ବିଏସଏନଏଲର ଏହି ଶସ୍ତା ରିଚାର୍ଜ ପ୍ଲାନ ୩୯୭ ଟଙ୍କା ମୂଲ୍ୟରେ ଆସିଛି। ଏହି ଯୋଜନାରେ ୟୁଜରଙ୍କ ସିମ୍ ୧୫୦ ଦିନ ପାଇଁ ସକ୍ରିୟ ରହିବ ।

ଏହି ପ୍ରିପେଡ ରିଚାର୍ଜ ପ୍ଲାନରେ ୟୁଜରମାନେ ପୁରା ଭାରତରେ ୩୦ ଦିନ ପାଇଁ ଯେକୈଣସି ନମ୍ବରରକୁ ଅନଲିମିଟେଡ୍ ମାଗଣା କଲିଂର ଲାଭ ପାଇବେ। ଏହା ବ୍ୟତୀତ ଫ୍ରି ନ୍ୟାସନାଲ ରୋମିଙ୍ଗ ମଧ୍ୟ ଅଫର କରାଯାଇଛି।

ଏହି ଶସ୍ତା ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୩୦ ଦିନ ପାଇଁ ପ୍ରତିଦିନ ୨ଜିବି ହାଇ ସ୍ପିଡ୍ ଡାଟା ଦିଆଯାଇଛି। ଏହିପରି ୟୁଜର ମୋଟ ୬୦ଜିବି ଡାଟାର ଲାଭ ପାଇବେ। ଏଥିସହ ୩୦ ଦିନ ପାଇଁ ପ୍ରତିଦିନ ୧୦୦ ମାଗଣା ଏସଏମଏସ ମଧ୍ୟ ଦିଆଯାଉଛି।