ମୁଖ୍ୟ ଖବର

ଅନୁଗୁଳରେ ବିଏସଏନଏଲ ହାଇ ସ୍ପୀଡ଼ ନେଟ ଖୁବ ଶୀଘ୍ର

By Biswaranjan Pattnaik

May 07, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ ଶୀଘ୍ର ବିଏସଏନଏଲ ହାଇ ସ୍ପୀଡ଼ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି। ଗତ ଗୁରୁବାର ଏଥିନେଇ ଓକାକ,ଓପିଟିସିଏଲ ଓ ବିଏସଏନଏଲ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନୁସାରେ ପ୍ରଥମ ଫେଜରେ ୧୮ଟି ଜିଲ୍ଲାକୁ ଏହି ସୁବିଧା ମିଳିଥିବା ବେଳେ ଦ୍ଵିତୀୟ ଫେଜରେ ଅନୁଗୁଳ ଜିଲ୍ଲା ସମେତ ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନାରି, ଝାରସୁଗୁଡା,ବଲାଙ୍ଗୀର,ସୋନପୁର ଆଦି ୧୨ ଗୋଟି ଜିଲ୍ଲାକୁ ଏହି ହାଇ ସ୍ପୀଡ଼ ନେଟ ସୁବିଧା ଯୋଗାଇ ଦିଆଯିବ। ଭାରତ ନେଟ ଫେଜ ଟୁ ର ଅପ୍ଟିକାଲ ଫାଇବର ସହାୟତାରେ ଏହି ସେବା ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ହଜାର ହଜାର ଲୋକ କମ ଦାମରେ ଅନଲିମିଟେଡ଼ ଡାଉନଲୋଡ଼ ସୁବିଧା ପାଇପାରିବେ। ଭୁବନେଶ୍ୱର ଠାରେ କ୍ରୀଡା ଯୁବ ବ୍ୟାପାର ଓ ଆଇଟି ମନ୍ତ୍ରୀ ତୁସାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିଲା ।