ଅନ୍ୟାନ୍ୟ

ବିଏସ୍ଏନଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

By Angul TV Bureau

October 14, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ କାର୍ଯ୍ୟ କରୁଥିବା ବିଏସ୍ଏନଏଲ୍ ବିଭାଗର କର୍ମଚାରୀମାନେ ବୁଧବାର ବଇଣ୍ଡା ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିସରରେ ଦିନିକିଆ କାର୍ଯବନ୍ଦ ଆନ୍ଦୋଳନ କରିଥିଲେ। ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ କରାଯାଉଥିବା ବେଳେ କୌଣସି ସୁବିଧା ଦିଆଯାଉ ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ କର୍ମଚାରୀମାନେ ଏକ ଦାବିପତ୍ର ଅନୁଗୋଳ ବିଏସ୍ଏନଏଲ୍ ବିଭାଗର ଏସଡିଓଙ୍କୁ ପ୍ରଦାନ କରିଛନ୍ତି। କର୍ମଚାରୀମାନେ କହିଛନ୍ତି ଯେ ୨୦୧୯ ମସିହାଠାରୁ ଦରମା ବକେୟା ଥିବା ବେଳେ ଚଳିତ ମାସ ସୁଦ୍ଧା ମଧ୍ୟ ଦିଆଯାଉ ନାହି। ଉପଖଣ୍ଡରେ ୯ ଜଣ କର୍ମଚାରୀ କାର୍ଯ୍ୟକରୁଥିବା ବେଳେ ସେମାନଙ୍କୁ ସଠିକ ଭାବରେ ଦରମା ପ୍ରଦାନ କରାଯାଉ ନାହି । ଏନେଇ ବହୁବାର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତୁରନ୍ତ ୭ ଦିନ ମଧ୍ୟରେ ସେମାନଙ୍କର ସମସ୍ତ ବକେୟା ଦରମା ଟଙ୍କା ଯୋଗାଇ ଦେବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।