ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡାସ୍ଥିତ ଆରପିଆଇ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ବିଏସପିର ବରିଷ୍ଠ ନେତା ମାନେ ଆରପିଆଇରେ ଯୋଗଦାନ କରିଛନ୍ତି। ଏ ଅବସରରେ ଆରପିଆଇର ଜିଲ୍ଲା ସଭାପତି ଭାବେ ହରିହର ନାୟକ ଏବଂ ଉପସଭାପତି ଭାବେ ପ୍ରଦୀପ ଶତପଥୀଙ୍କୁ ଚୟନ କରାଯାଇଛି। ପରେ ଆରପିଆଇ ପାର୍ଟି ତରଫରୁ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ଆରପିଆଇର ରାଜ୍ୟ ଅଧ୍ୟକ୍ଷ ଶେଖ ଅବଦୁଲ ୱାଲୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଏହି ଦୁଇ ମହାରଥୀଙ୍କ ଯୋଗଦାନ ଏକ ମାଇଲଖୁଣ୍ଟ ସୃଷ୍ଟି କରିବ ବୋଲି ଶ୍ରୀ ୱାଲୀ କହିଥିଲେ।