ଅନ୍ୟାନ୍ୟ

ଆଠମଲ୍ଲିକରେ ‘ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ’ ଏବଂ ବୁଦ୍ଧିଜୀବୀ ସମାବେଶ

By Angul TV Bureau

June 27, 2026

ଆଠମଲ୍ଲିକ: କେନ୍ଦ୍ର ସରକାରଙ୍କ ଗୌରବମୟ ୧୨ ବର୍ଷ ପୂର୍ତ୍ତି ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପକ୍ଷରୁ ‘ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ ଏବଂ ବୁଦ୍ଧିଜିବୀ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସୁଶାସନର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପାଲଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ଓଡ଼ିଶାର ବିକାଶକୁ ନୂତନ ଦିଗ ମିଳିଥିବା କହିଛନ୍ତି । ସମ୍ମାନିତ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚୁଛି ସେ ସମ୍ପର୍କରେ ମତ ରଖିଛନ୍ତି। ଏହାସହ ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଉପରେ ବିସ୍ତୃତ ଆଲୋଚନା କରିଥିଲେ।