ଘଟଣା ଓ ଦୁର୍ଘଟଣା

ଗାଡି ଚାଲୁଥିବା ବେଳେ ଚାଳକ ମୁର୍ଚ୍ଛା ଗଲା

By Angul TV Bureau

February 13, 2025

ଅନୁଗୁଳ:  ବୁଧବାର ରାତି ପ୍ରାୟ ୯ ଟା ସମୟରେ ଶିମିଳିପଡା ଦୁର୍ଗା ବିହାର ନିକଟରେ ଏକ ଷ୍ଟୁଡେଣ୍ଟ ଭେଇକିଲ ହେମସୁରପଡା ପଟୁ ଶିମିଳିପଡ଼ା ଫେରୁଥିବା ବେଳେ ହଠାତ ଉପରୋକ୍ତ ସ୍ଥାନରେ ଚାଳକ ମୁର୍ଚ୍ଛା ହୋଇଗଲା। ଆଖି ପିଛୁଳାକେ ଗାଡିଟି ରାସ୍ତାର ବାମ ପାଖ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣକର ଘର ଗେଟକୁ ଭାଙ୍ଗି ଦେଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣା ପଡିଛି।

ଚାଳକ ଜଣକର ଏପିଲେପସୀ ରୋଗ ଥିବା ସାଧାରଣରେ ଅଭିଯୋଗ ହୋଇଛି ଏବଂ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଙ୍ଗେ ସାଙ୍ଗେ ଲୋକେ ଆସି ଚାଳକକୁ ଚିକିତ୍ସା ବ୍ୟବସ୍ଥା କରିଥିଲେ। ସବୁଠାରୁ ଆଶ୍ୱାସନାର ବିଷୟ ହେଲା ଚାଳକ ଘରୋଇ ସ୍କୁଲର କୋଚିଂ ସରିବା ପରେ ପିଲାଙ୍କୁ ଘରେ ଛାଡି ଖାଲି ଗାଡି ନେଇ ଫେରୁଥିଲା। ପ୍ରଶ୍ନ ଉଠୁଛି ଚାଳକର ଏଭଳି ରୋଗ ଥିବା ବେଳେ ଗାଡି ମାଲିକ କିଭଳି ଚଳାଇବାକୁ ଅନୁମତି ଦେଉଛନ୍ତି? ସାଧାରଣରେ ଅଭିଯୋଗ ହେଉଛି କି ଉକ୍ତ ଗାଡି ମାଲିକଙ୍କ ଏକାଧିକ ଗାଡି ସ୍କୁଲରେ ଲାଗିଥିବା ବେଳେ ପରିବହନ ଆଇନ ଫାଙ୍କି ଗାଡି ଚାଲୁଛି। ଭବିଷ୍ୟତରେ କିଛି ଅଘଟଣ ହେଲେ ପରିବହନ ଅଧିକାରୀ ଦାୟୀ ହେବେ ବୋଲି ସହରବାସୀ ପ୍ରକାଶ କରିଛନ୍ତି।