ଘଟଣା ଓ ଦୁର୍ଘଟଣା

ଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

By Biswaranjan Pattnaik

November 10, 2021

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ନିଶା ଶିଳ୍ପାଞ୍ଚଳ ଥାନା ଜିନ୍ଦଲ ପ୍ଲାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨୬ ଯାତ୍ରୀ ଆହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ନାକଟିଦେଉଳ ରୁ ଭୁବନେଶ୍ୱର ଯାଉଥିବା ଶିବଶଙ୍କର ନାମକ ବସଟି ଜିନ୍ଦଲ ନିକଟରେ ରାସ୍ତା ପାର୍ଶ୍ଵରେ ପାର୍କିଂ କରିଥିବା ଏକ ଟ୍ରକ ସହ ପିଟି ହୋଇଯାଇଥିଲା । ଏଥିରେ ୨୬ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଅନୁଗୁଳ ଡାକ୍ତରଖାନା ପଠା ଯାଇଥିଲା। ନିଶା ପୁଲିସ ଖବର ପାଇ ଦୁର୍ଘଟଣାର ତଦନ୍ତ କରୁଛି।