ଘଟଣା ଓ ଦୁର୍ଘଟଣା

ଯାତ୍ରୀଙ୍କୁ ଗାଳିଗୁଲଜ ସହ ଧକ୍କା ଅଭିଯୋଗ

By Angul TV Bureau

September 04, 2022

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ବୌଦ୍ଧ ଅଭିମୁଖେ ଯାଉଥିବା ନାରାୟଣୀ ବସ୍‌ର କଣ୍ଡକ୍ଟର୍ ଏବଂ ହେଲପର୍ ଶନିବାର ପରମାନନ୍ଦ ପ୍ରଧାନ ନାମକ ଜଣେ ବୃଦ୍ଧ ବସ୍‌ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଆଠମଲ୍ଲିକ ପୋଲିସ ନିକଟରେ ଅଭିଯୋଗ ହୋଇଛି।

ଶ୍ରୀ ପ୍ରଧାନଙ୍କ ଘର କୁନ୍ଦନାଳୀ ଗ୍ରାମରେ। ସେ ନିୟମିତ ଆଠମଲ୍ଲିକ ଯାତାୟାତ କରନ୍ତି।ଶନିବାର ବସ୍‌ରେ ଫେରୁଥିବା ବେଳେ ହେଲପର ଓ କଣ୍ଡକ୍ଟର ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଥିଲେ। ଉଭୟ ଉଚ୍ଚ ସ୍ତରରେ ଅଶ୍ରାବ୍ୟ ଭାଷାରେ ପାଟିତୁଣ୍ଡ କରୁଥିବାରୁ ଶ୍ରୀ ପ୍ରଧାନ ବାରଣ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁହେଁ ଶ୍ରୀ ପ୍ରଧାନଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ପୋଲିସ ଏ ସଂକ୍ରାନ୍ତରେ ଆଇପିସି ଧାରା ୨୯୪, ୩୨୩, ୩୪ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।