ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

By Biswaranjan Pattnaik

February 11, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ ପରିଡ଼ା(୬୦) ଏକ ସାଇକଲ ଯୋଗେ ତାଳଚେରରୁ ନିଜ ଗ୍ରସୋରି ଦୋକାନ ପାଇଁ ସଉଦା କିଣି ଘରକୁ ଫେରୁଥିବା ବେଳେ ଟ୍ରକ୍ ଟି ନରୋତ୍ତମ ଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଚିଟିକି ପଡ଼ିଥିଲେ। ଗୁରୁତର ଅବସ୍ତାରେ ତାଙ୍କୁ ପ୍ରଥମେ ମଣ୍ଡାପାଳ ଡାକ୍ତର ଖାନା ଓ ପରେ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ତେବେ ଅନୁଗୁଳରେ ଡାକ୍ତର ନରୋତ୍ତମଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଖବର ପାଇ ଦୁର୍ଘଟଣାର ତଦନ୍ତ କରୁଛି।