ଅନ୍ୟାନ୍ୟ

ରାସ୍ତା କଡରୁ ମାଂସ ଦୋକାନ ଉଚ୍ଛେଦ

By Biswaranjan Pattnaik

August 17, 2022

ଅନୁଗୁଳ: ଅନୁଗୁଳ ଅମଲାପଡ଼ା କେନାଲ ହୁଡା ନିକଟରେ ମୁଖ୍ୟ ରାସ୍ତାକୁ ଲାଗି ଜନୈକ ମାଂସ ଦୋକାନୀ ଦୀର୍ଘଦିନ ହେବ ସରକାରୀ ଜାଗାରେ ମାଂସ ଦୋକାନ ଦେଇଥିଲେ। ଏହି ରାସ୍ତା ଦେଇ ଶହ ଶହ ସ୍କୁଲ ପିଲା ଯିବା ଆସିବା କରୁଥିବାରୁ ମାଂସ ଦୋକାନକୁ ବନ୍ଦ କରିବାପାଇଁ ଅଭିଯୋଗ ହୋଇଥିଲା। ତେଣୁ ପୌରାଧକ୍ଷା ଅକ୍ଷୟ ସାମନ୍ତଙ୍କ ନିର୍ଦେଶ ଅନୁସାରେ ଉକ୍ତ ଦୋକାନକୁ ଆଜି ଉଚ୍ଛେଦ କରାଯାଇଥିଲା। ସେହି ସ୍ଥାନରେ ପରିବା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।