ମୁଖ୍ୟ ଖବର

ବିଜେଡି ନେତାଏ ଏକାଠି ହେଲେ: ରାସ୍ତା ରୋକର ଡାକରା ଦେଲେ

By Biswaranjan Pattnaik

August 29, 2023

ଅନୁଗୁଳ: ତାଳଚେରରେ ଏମସିଏଲର ମନମାନି ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିବା। ସିଏସଆର୍ ପାଣ୍ଠିର ସଦୁପଯୋଗ ନକରିବା,କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ପ୍ରାପ୍ୟ ନ ଦେବା ଏଥିସହିତ ଜାତୀୟ ରାଜପଥ ପ୍ରାଧିକରଣ ୫୫ ନମ୍ୱର ଜାତୀୟ ରାଜପଥର ମରାମତିରେ ଶିଥିଳତା ଆଦି ଗଣ୍ଡା ଗଣ୍ଡା ଅଭିଯୋଗ ଉପରେ କେନ୍ଦ୍ର ଓ ଏମସିଏଲ ଉପରେ ଆଜି ବର୍ଷିଥିଲେ ବିଜେଡି ନେତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ଅଭିଯୋଗ ନେଇ ଆସନ୍ତା ଏକ ତାରିଖ ସକାଳ ଆଠଟାରୁ ଦଶଟା ପର୍ଯ୍ୟନ୍ତ ଅନୁଗୁଳ ପିଟିସି ଛକରେ ରାସ୍ତା ରୋକର ଡାକରା ଦେଇଛନ୍ତି ଜିଲ୍ଲା ବିଜେଡି। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ,ସାଂସଦ ମହେଶ ସାହୁ,ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଆଠମଲ୍ଲିକ ବିଧାୟକ ରମେଶ ସାଏ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା,ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ଆଦି ଯୋଗ ଦେଇଥିଲେ।