ଅନ୍ୟାନ୍ୟ

ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଆୟୋଜିତ, ନ୍ୟାୟ ପାଇଲେ ହିତାଧିକାରୀ

By Sanjeeb Biswal

January 09, 2023

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ତହସିଲ ଜରପଡା ରାଜସ୍ବ ବିଭାଗ ନିରୀକ୍ଷକ କାର୍ଯ୍ୟାଳୟରେ ସୋମବାର ଛେଣ୍ଡିପଦା ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଏ ଅବସରରେ ଉଭୟ ଜରପଡ଼ା ଏବଂ ଦୁର୍ଗାପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ରାଜସ୍ୱ ଗାଁ ଲୋକ ନିଜ ଅଭିଯୋଗ କହିଥିଲେ।

ଏ ଅବସରରେ ୭ ଟି ଜମିଜମା ପୃଥକୀକରଣ ମକଦ୍ଦମାର ଶୁଣାଣି କରାଯାଇଥିଲା। ଏହାସହ ଜଣଙ୍କୁ ନୂତନ ଭାବେ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଏଥିରେ ତହସିଲଦାର ଡାନିଏଲ ଏକ୍କା, ଜରପଡା ରାଜସ୍ବ ନିରୀକ୍ଷକ ମିଲୁ ଚରଣ ସେଠୀ, ଦୁର୍ଗାପୁର ରାଜସ୍ବ ନିରୀକ୍ଷକ ସୌମ୍ୟ ପ୍ରକାଶ କହଁର ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଯୋଜନା ଅନୁଯାୟୀ ସମସ୍ତ ରାଜସ୍ୱ ବିଭାଗ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ତହସିଲଦାର ଡାନିଏଲ ଏକ୍କା ସୂଚନା ଦେଇଥିଲେ।