ମୁଖ୍ୟ ଖବର

ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପସ୍ ନିଯୁକ୍ତି: ୧୩ ଜଣ ଛାତ୍ରଛାତ୍ରୀ ମନୋନୀତ

By Angul TV Bureau

March 21, 2026

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ବୃତ୍ତିଗତ ପରାମର୍ଶ କେନ୍ଦ୍ର, ନିଯୁକ୍ତି କୋଷ ଏବଂ ଏମସିଏ ବିଭାଗର ମିଳିତ ଆନୁକୂଲ୍ୟରେ ଏକ କ୍ୟାମ୍ପସ୍ ନିଯୁକ୍ତି ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବସନ୍ତ କୁମାର ସାହୁ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ଜୀବନ ପାଇଁ ଉତ୍ସାହିତ କରିଥିଲେ।

ଏହି ଚୟନ ପ୍ରକ୍ରିୟାରେ ଇଣ୍ଟେଗ୍ରେଅନ୍ କମ୍ପାନୀ ପକ୍ଷରୁ ପିନାକେଲ୍ ହ୍ୟୁମାନ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ସମ୍ବିତ ସେଠୀ ପରିଚାଳନା କରିଥିଲେ। ମୋଟ ୩୭ ଜଣ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୨୮ ଜଣ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପରିଶେଷରେ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଚୂଡ଼ାନ୍ତ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ମନୋନୀତ କରାଯାଇଛି। ଏହି ଅଭିଯାନକୁ ସଫଳ କରିବାରେ ଅଧ୍ୟାପିକା ସୁଜ୍ଞାନୀ ରଥ, ନୀଳାମ୍ବର ନାୟକ, ଲକ୍ଷ୍ମୀପ୍ରିୟା ସାହୁ ଓ ମହେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।