ଘଟଣା ଓ ଦୁର୍ଘଟଣା

ମହାଦେବଙ୍କୁ ଜଳ ଲାଗି କରିବା ପୂର୍ବରୁ କେନାଲରେ ଭାସିଗଲେ କାଉଡ଼ିଆ

By Angul TV Bureau

August 01, 2022

ତାଳଚେର: ଆଜି ଶ୍ରାବଣ ସୋମବାରରେ ମହାଦେବଙ୍କୁ ପାଣି ଲାଗି କରିବାକୁ ଆସିଥିବା ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ନିଖୋଜ ଯୁବକ ହେଲେ ତାଳଚେର ବାଘୁଆବୋଲ ଅଞ୍ଚଳର ଶମ୍ଭୁ ବାରିକଙ୍କ ବଡ଼ ପୁଅ ଶ୍ୟାମ ସୁନ୍ଦର।

ସୂଚନା ମୁତାବକ, ଆଜି ଭୋରୁ ଶ୍ୟାମସୁନ୍ଦର ପରଜଙ୍ଗ ଥାନା କୁଆଳୁ ଅଷ୍ଟ ଶମ୍ଭୁ ମନ୍ଦିରକୁ ପାଣି ଢାଳିବା ପାଇଁ ସାଙ୍ଗସାଥୀଙ୍କ ସହିତ ଯିବାର ଥିଲା। କିନ୍ତୁ ସକାଳେ କେନାଲରେ ଗାଧୋଇବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ କେନାଲର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଥିବା ଜଣାଯାଇଛି।