ମୁଖ୍ୟ ଖବର

ରାଜ୍ୟ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ପ୍ରକାଶ

By Angul TV Bureau

February 11, 2022

ଅନୁଗୁଳ: ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଓଡିଶା ମ୍ୟୁନିସିପାଲ ଆଇନ ୧୯୫୦ର ଧାରା ୧୭(କ) ଓ ଓଡିଶା ପୌର ନିର୍ବାଚନ ୨୦୦୩ର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ମନୋନିତ ହେବା ଠାରୁ ନିର୍ବାଚନ ଫଳାଫଳ ଘୋଷଣା ତାରିଖ ପର୍ଯ୍ୟନ୍ତ ନିଜେ କିମ୍ବା ନିଜର ପ୍ରାଧିକୃତ ବ୍ୟକ୍ତି ଦ୍ୱାରା କେତେ ଟଙ୍କା ଖର୍ଚ୍ଚ କରିପାରିବେ ତାହାର ଏକ ତାଲିକା ଘୋଷଣା କରାଯାଇଛି । ୫୦ ହଜାର ଜନସଂଖ୍ୟା ଥିବା ପୌର ପରିଷଦରେ ଜଣେ କାଉନସିଲର କିମ୍ବା କର୍ପୋରେଟର ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ଓ ଚେୟାରମ୍ୟାନ କିମ୍ବା ମେୟର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିଭଳି ୫୦ ହଜାରରୁ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ପୌର ପରିଷଦରେ କାଉନସିଲର କିମ୍ବା କର୍ପୋରେଟର ୭୫ ହଜାର ଟଙ୍କା ଖର୍ଚ୍ଚ କରିପାରିବାର ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ସମାନ କ୍ଷେତ୍ରରେ ଜଣେ ଚେୟାରମ୍ୟାନ କିମ୍ବା ମେୟର ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଠ ପୌର ପରିଷଦରେ ଜଣେ କାଉନସିଲର କିମ୍ବା କର୍ପୋରେଟର ନିର୍ବାଚନରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଓ ସମାନ କ୍ଷେତ୍ରରେ ଜଣେ ଚେୟାରମ୍ୟାନ ବା ମେୟର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଯଦି ପୌର ନିଗମ ହୋଇଥାଏ ତେବେ କାଉନସିଲର ବା କର୍ପୋରେଟଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୨ ଲକ୍ଷ ରହିଥିବା ବେଳେ ଚେୟାରମ୍ୟାନ ବା ମେୟରଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ସର୍ବାଧିକ ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଛି ।