ଅନ୍ୟାନ୍ୟ

ଯୁବକଙ୍କ ବିୟୋଗରେ ପଞ୍ଚାୟତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

By Angul TV Bureau

January 18, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ମନୋଜ ବେହେରାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ମନୋଜ ଜଣେ ଅତି ଭଦ୍ର, ସରଳ ଓ ମେଳାପୀ ଯୁବକ ଥିଲେ।

ମନୋଜଙ୍କ ଆତ୍ମାର ସତଗତି ନିମନ୍ତେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ ହୋଇ ଗ୍ରାମର ଜଗନ୍ନାଥଙ୍କ ମନ୍ଦିର ଯାଏଁ ଯାଇଥିଲା। ସେଠାରେ ମନୋଜଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।