ଅନ୍ୟାନ୍ୟ

ବ୍ରଜବନ୍ଧୁଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

By Angul TV Bureau

July 14, 2024

ଅନୁଗୁଳ: ଅନୁଗୁଳ କଲେଜ ଛକର ବ୍ୟବସାୟୀ ବ୍ରଜବନ୍ଧୁ ସାହୁ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେ କଲେଜ ଛକ ଲକ୍ଷ୍ମୀପୂଜା କମିଟିର ସମ୍ପାଦକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ ସମ୍ପାଦନ କରିଥିଲେ। ଶନିବାର ସନ୍ଧ୍ୟାରେ କଲେଜ ଛକ ପୂଜା କମିଟିର ସଭାପତି ଦୀପକ କୁମାର ମହାରଣା ଓ ସମ୍ପାଦକ ମାନସ ମିଶ୍ରଙ୍କ ତତ୍ତ୍ଵାବାଧାନରେ ବ୍ରଜବନ୍ଧୁଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏଥି ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବହୁ ବ୍ୟବସାୟୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ କଲେଜ ଛକ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଦୀପ ପ୍ରଜ୍ବଳନ କରି ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ମନୋଜ ମିଶ୍ର, ରସାନନ୍ଦ ମିଶ୍ର, ଅଜିତ ମହାପାତ୍ର, ପ୍ରଭାତ ନାଥ, ବୁଲୁ ପୋଲାର,ଶଙ୍କର ପରିଡ଼ା,କ୍ଷୀରୋଦ ସାହୁ, ବୁଲୁ ପ୍ରଧାନଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦାନ କରି ବ୍ରଜବନ୍ଧୁଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।