ଘଟଣା ଓ ଦୁର୍ଘଟଣା

ଗଞ୍ଜେଇ ଓ ବ୍ରାଉନ ସୁଗର ଜବତ: ୨ଗିରଫ

By Biswaranjan Pattnaik

April 25, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଗତ ୨୪ ତାରିଖରେ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା। ଏ ଘଟଣାରେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁ ରୁ ମୁନା ବେହେରା ନାମକ ଜଣେ ଯୁବକ ଠାରୁ ୧୨୦ ଗ୍ରାମ ବ୍ରାଉନ ସୁଗର୍ ଜବତ କରାଯିବା ସହ ତାକୁ ଗିରଫ କରାଯାଇଛି। ଅନୁଗୁଳ ସହରାଞ୍ଚଳରେ ବ୍ରାଉନ ସୁଗାର କାରବାର ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଛି ।