ମୁଖ୍ୟ ଖବର

ଅବକାରୀ ବିଭାଗକୁ ବଡ଼ ସଫଳତା: ୨.୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

By Angul TV Bureau

September 04, 2023

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଆଜି ଚଢ଼ଉ କରିଛି।

ଅବକାରୀ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ବଇଣ୍ଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ରଞ୍ଜିତା ହରିଚନ୍ଦନ, ସହକାରୀ ଅବକାରୀ ନିରୀକ୍ଷକ ମାନସ ରଞ୍ଜନ ପ୍ରଧାନ ଓ କର୍ମଚାରୀମାନେ ସୋମବାର ସକାଳୁ କିଶୋରନଗର ଥାନା ଦୋହଲି ଛକ ନିକଟରେ ଛକି ରହିଥିଲେ। ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଗ୍ରାମର ପ୍ରେମାନନ୍ଦ ପ୍ରଧାନ (୪୩) ଏକ ବସ୍ତାରେ ଗଞ୍ଜେଇ ଧରି ଅନୁଗୁଳ ଯିବାକୁ ଦୋହଲି ଛକରେ ବସକୁ ଅପେକ୍ଷା କରିଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ପ୍ରେମାନନ୍ଦ ଠାରୁ ୨୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ତାକୁ ଗିରଫ କରାଯାଇଛି। ଜବତ ଚୋରା ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ୨୨ ହଜାର ହେବ ବୋଲି ଅବକାରୀ ବିଭାଗ କହିଛି। ଗିରଫ ପ୍ରେମାନନ୍ଦକୁ ଅଦାଲତ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ କହିଛନ୍ତି।