ଘଟଣା ଓ ଦୁର୍ଘଟଣା

ଚାକୁଣ୍ଡା ଗଛକୁ ପିଟିଲା କାର୍, ଚାଳକ ଆହତ

By Angul TV Bureau

May 28, 2025

ଅନୁଗୁଳ: ଚାକୁଣ୍ଡା ଗଛକୁ ପିଟିଲା କାର୍। ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ କଲେଜ ଛକ ଆମ୍ବେଦକର ସ୍ମୃତି ପୀଠ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଏନ୍‌ଟିପିସି ଥାନା ଅନ୍ତର୍ଗତ ଗଦଶିଳା ଗ୍ରାମର ସଞ୍ଜୀବ ନାଏକ(୪୩)।

ସୂଚନାନୁଯାୟୀ, ସଞ୍ଜୀବ ନାଏକ ବୁଧବାର ସାଢ଼େ ୧୨ଟା ବେଳେ କଣିହାଁ ଖୋଲାମୁହଁ କୋଇଲା ଖଣି ଟାଇମ୍ ଅଫିସ ଅଭିମୁଖେ ଯାଉଥିଲେ। ଆମ୍ବେଦକର ସ୍ମୃତି ପୀଠ ନିକଟରେ କାର୍‌ ଭାରସାମ୍ୟ ହରାଇ ଏକ ଚାକୁଣ୍ଡା ଗଛକୁ ଧକ୍କା ଦେଇଥିଲା। ଫଳରେ କାରର ଆଗପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଚଳାଉଥିବା ସଞ୍ଜୀବ ନାଏକ ସାମାନ୍ୟ ଆହତ ହୋଇଛନ୍ତି।