ଘଟଣା ଓ ଦୁର୍ଘଟଣା

ଟ୍ରକକୁ ପଛରୁ ପିଟିଲା କାର:ଅଳ୍ପକେ ବର୍ତିଲେ ଚାଳକ

By Biswaranjan Pattnaik

September 26, 2022

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଗାନ୍ଧୀମାର୍ଗ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ କାର ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ପଛରୁ ପିଟି ହୋଇଯିବାରୁ କାରଟି ର ଅଗ୍ର ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ସନ୍ଦୀପ ବର୍ମା ନାମକ ଜନୈକ କମ୍ପାନୀ କର୍ମଚାରୀ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସରୁ ବାହାରି ଯାଉଥିବା ସମୟରେ ଉପରୋକ୍ତ ସ୍ଥାନରେ ଷ୍ଟିୟରିଂ ହଠାତ୍ ଲକ୍ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ତେବେ ସନ୍ଦୀପଙ୍କ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡ଼ିଛି।