ଅନୁଗୁଳ: ଆଜି ଅପରାହ୍ନରେ ଜିନ୍ଦଲ ରୋଡର କଂକ୍ରେଇ ନିକଟରେ ଏକ କାର ଅନୁଗୁଳ ପଟୁ ଛେଣ୍ଡିପଦା ନିକଟସ୍ଥ କରଡ଼ାବହାଳ ଗାଁ କୁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଗୋଟିଏ ଗଛରେ ପିଟି ହୋଇଯାଇଥିଲା ।ଫଳରେ କାର ଚାଳକ ତାପସ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାପସଙ୍କ ଘର କରଡ଼ାବାହାଳ ଗାଁ ରେ ବୋଲି ଜଣା ପଡ଼ିଛି।