ଘଟଣା ଓ ଦୁର୍ଘଟଣା

ସର୍ଭିସିଂ ବେଳେ ରାମ୍ପରୁ ଖସିପଡିଲା କାର

By Angul TV Bureau

July 16, 2025

ଅନୁଗୁଳ: ଅନୁଗୁଳ ସହର ମାଛ ମାର୍କେଟ ଅଞ୍ଚଳରେ ଏକ ସର୍ଭିସିଂ ସେଣ୍ଟରରେ ଏକ ଅଘଟଣ ଘଟିଛି। ସର୍ଭିସିଂ ସମୟରେ ଏକ କାର ରାମ୍ପ ଉପରୁ ଖସିପଡିଥିବା ଜଣାପଡିଛି।

ସୂଚନା ଯେ, ବୁଧବାର ଅପରାହ୍ନ ସମୟରେ ମାଛ ମାର୍କେଟ ନିକଟରେ ରହିଥିବା ଏକ ସର୍ଭିସିଂ ସେଣ୍ଟରକୁ ଜଣେ ବ୍ୟକ୍ତି ନିଜର କାରଟିକୁ ଧୋଇବାକୁ ଆଣିଥିଲେ। ଗାଡିଟି ରାମ୍ପ ଉପରକୁ ଚଢାଇବା ପରେ କମ୍ପ୍ରସର କାରଟିକୁ ଉପରକୁ ଉଠାଇଥିଲା। ଗାଡିଟି ଠିକ ଭାବରେ ରାମ୍ପ ଉପରେ ରହି ନଥିବା କାରଣରୁ ଉପରକୁ ଯିବା ସମୟରେ ଖସି ପଡିଥିଲା। ଫଳରେ ଗାଡିଟି ଓଲଟି ପଡ଼ି କେତେକ ଅଂଶ ଭାଙ୍ଗି ଯାଇଥିଲା। ପରେ ସର୍ଭିସିଂ ସେଣ୍ଟର ମାଲିକ ହାଇଦ୍ରା ଡାକି ଗାଡିଟିକୁ ବାହାର କରିଥିଲେ।