ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର୍‌; ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ

By Angul TV Bureau

August 24, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ପାୱାର ହାଉସ ନିକଟରେ ସୋମବାର ଏକ କାର୍ ରାସ୍ତା ଉପରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଛି।

ସୂଚନା ଅନୁଯାୟୀ, ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡ଼ା ଗ୍ରାମର ପିଣ୍ଟୁ ସାହୁ ନିଜ ପରିବାର ସହ କାର୍ ଯୋଗେ ରେଙ୍ଗାଳିରୁ ଘରକୁ ଫେରୁଥିଲେ। ପାୱାର ହାଉସ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଆହତମାନଙ୍କୁ ରେଙ୍ଗାଳିସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଯାଗାଇଦିଆଯାଇଛି। ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଏବଂ ବଡ଼ଧରଣର ବିପଦରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।