ମୁଖ୍ୟ ଖବର

କାର ଡକାୟତି ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ

By Angul TV Bureau

July 29, 2025

ଅନୁଗୁଳ: ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ସୂଚନା ମୁତାବକ ଗତ ୯ ତାରିଖ ରାତିରେ ବାଘୁଆବୋଲ ଏବଂ ନବମିଶ୍ର କଲୋନୀରେ ଦୁଇଟି ଡକାୟତି ଉଦ୍ୟମ ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ତଦନ୍ତ କରି ପୋଲିସ ୮ ଜଣ ଚାଳିଆକୁଟ୍ଟା ଅଞ୍ଚଳର ପ୍ରସନ୍ନ ଦାସ, ରେମୁଁଆ ଅଂଚଳର ରାହୁଲ ନାଏକ, ସିଦ୍ଧାର୍ଥ ଭୋଇ, ଅଙ୍ଗୁରୁଆ ଆଶିଷ ନାଏକ, ବାଘୁଆବୋଲର ସୁବଳ ଦଳେଇ, ସଚିନ ନାଏକ ଓ ନନ୍ଦନ ନାଏକ ଏବଂ ବିକ୍ରମପୁର ଥାନା ଗୋବରା ମୁଣ୍ଡାସାହିର ସୋନୁ ଭଦ୍ରାଙ୍କୁ ଗିରଫ କରିଛି।

ଏହି ଅଭିଯୁକ୍ତମାନେ ତାଳଚେର ବାଘୁଆବୋଲ ରେଲୱେ କ୍ରସିଙ୍ଗ ପାଖରେ ମାରଣାସ୍ତ୍ର ଦେଖାଇ ଏକ ହୋଣ୍ଡାଇ ୧୨୦ କାର (ସିଜି ୧୫ଇଡ଼ି ୮୪୮୧) ସହିତ ନଗଦ ୬୦ହଜାର ଟଙ୍କା ଏକ ମୋଟରଲା ମୋବାଇଲ, ଏକ ଓପୋ ମୋବାଇଲ, ଦୁଇଟି ଲାପଟପ୍‌, ସୁନା ଓ ରୁପା ଅଳଙ୍କାର ନେଇଯିବା ସହ ଅନ୍ୟ ଏକ ମାରୁତି ସୁଜୁକି ଡିଜାୟାର କାର (ଓଡି ୦୨ସିକ୍ୟୁ-୦୭୩୨)ରୁ ଡକାୟତି କରିବାକୁ ଉଦ୍ୟମ କରିଥିଲେ।

ଏହାପରେ ନବମିଶ୍ର କଲୋନୀ ନିକଟରେ ଏକ ଅଶୋକ ଲିଲାଣ୍ଡ ଗାଡ଼ି (ଓଡି ୧୪ ଏଚ୍‌-୯୯୮୮)କୁ ନେଇ ଯାଇଥିଲେ।ଏହି ଅପରାଧୀଙ୍କ ନାମରେ ପୂର୍ବରୁ ତାଳଚେର ଥାନାରେ କେସ ରହିଥିବା ଜଣାପଡ଼ିଛି।