ଘଟଣା ଓ ଦୁର୍ଘଟଣା

କାରକୁ ଧକ୍କା ଦେଲା ପେପର ବୁହା ଗାଡି

By Angul TV Bureau

October 15, 2024

ଅନୁଗୁଳ: ମଙ୍ଗଳବାର ମଧ୍ୟାହ୍ନ ସମୟରେ ଅନୁଗୋଳ ସହରର ରଜ ହୋଟେଲ ଛକ ନିକଟରେ ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଛି ଏକ ଖବର କାଗଜ ବୁହା ଗାଡି।

କାରଟି ବଅଁରପାଳ ଆଡୁ ଅନୁଗୋଳ ସହର ଆଡକୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ପ୍ରତିଷ୍ଠିତ ଖବର କାଗଜ ସଂସ୍ଥାର କାଗଜ ବୁହା ଭ୍ୟାନଟି ଆସି ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ କାରଟିର ଆଗ ବନେଟ ଭାଙ୍ଗି ଯାଇଥିବା ବେଳେ କୁଲାଣ୍ଡ ଫାଟି ବହୁ ଥିବା ଦେଖା ଯାଇଛି। ସ୍ଥାନୀୟ ଲୋକେ ଏହା ଦେଖି ଉକ୍ତ ଚଲାକକୁ କାବୁ କରିଥିବା ବେଳେ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।