ଅନୁଗୁଳ: ଛେଣ୍ଡିପଦା ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା କାରକୁ ଜବତ କରିବା ସହ ସେଥିରୁ ୧୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। କିନ୍ତୁ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଏକ କାରରେ ଗଞ୍ଜେଇଚାଲାଣ ହେଉଥିବା ନେଇ ଛେଣ୍ଡିପଦା ପୁଲିସ ଖବର ପାଇଥିଲା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା-ବୁଢ଼ାପାଳ ରାସ୍ତାର ଚାରବାଟିଆ ଛକରେ ପୁଲିସ ଗଞ୍ଜେଇ ସହ କାରକୁ ଜବତ କରିଥିଲା। କିନ୍ତୁ ପୁଲିସକୁ ଦେଖି କାର ଚାଳକଙ୍କ ସମେତ ଅନ୍ୟ ସମସ୍ତେ ଫେରାର ହୋଇଯାଇଥିଲେ। ଜବତ ଗଞ୍ଜେଇର ପରିମାଣ ୧୯କେଜି ୫ଶହ ଗ୍ରାମ ହୋଇଥିବା ସୂଚନା ମିଳିଛି। ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ମୁଦ ମରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।