ଅନୁଗୋଳ: ଅନୁଗୋଳ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗାଁର ବଡ଼ ଘାଇ ପୋଖରୀରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଅପରାହ୍ନରେ ସ୍ଥାନୀୟ ଲୋକେ ପୋଖରୀରେ ହାତୀଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହାତୀଟି କେଉଁଠାରୁ ଆସିଥିଲା ଏବଂ କିପରି ଏହାର ମୃତ୍ୟୁ ଘଟିଲା, ସେନେଇ ବନ ବିଭାଗ ପକ୍ଷରୁ ପରୀକ୍ଷା ଓ ତଦନ୍ତ ଜାରି ରହିଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।