ମୁଖ୍ୟ ଖବର

ଅନୁଗୁଳ କଲେଜ୍‌ରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର

By Biswaranjan Pattnaik

April 24, 2026

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୨୨ ତାରିଖରେ କ୍ୟାରିୟର ପରାମର୍ଶ ଓ ନିଯୁକ୍ତି ଶିବିର ଆୟୋଜିତ ହୋଇଯାଇଛି। ବିଶେଷ କରି ରସାୟନ ବିଜ୍ଞାନ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା।ସଭା ପ୍ରାରମ୍ଭ ରେ କଲେଜ୍‌ର ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଶିକ୍ଷାଗତ ଯୋଗ୍ୟତା ଓ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଗତ ଜ୍ଞାନର ଆବଶ୍ୟକତା ନେଇ ଏକ ତୁଳନାତ୍ମକ ବିଚାର ପରାମର୍ଶ ଦେଇଥିଲେ।

ଶକ୍ତି ସେଣ୍ଟରରେ ନାଁ କରିଥିବା ଲୁମିନସ ପାୱାର ଟେକ୍ନୋଲୋଜି ମାନବ ସମ୍ବଳ ବିଭାଗର ଏଜିଏମ୍ ଅଶୋକ କୁମାର ମିଶ୍ର ତାଙ୍କ କମ୍ପାନୀରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନିଯୁକ୍ତି ସୁଯୋଗ ଓ ଆବଶ୍ୟକ‌ କରୁଥିବା ବୃତ୍ତିଗତ ଦକ୍ଷତା ସମ୍ପର୍କରେ ସେ ଆଲୋକପାତ କରିଥିଲେ।‌ ୧୪ ଜଣ ଛାତ୍ର ଛାତ୍ରୀ କମ୍ପାନୀରେ ଭର୍ତ୍ତି ନେଇ ଆଗ୍ରହ କରିବା ସହ ସାକ୍ଷାତକାର ଦେବାକୁ ରାଜି ହୋଇଥିଲେ। ଶେଷରେ ପ୍ରାଧ୍ୟାପିକା ଡ଼ା ସ୍ମିତା ତପସ୍ଵିନୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।