ମୁଖ୍ୟ ଖବର

ପୁଣି ପଦାରେ ପଡ଼ିଲା ଟାଟା ପାୱାର ପାରିବାପଣିଆ, ଫୁଙ୍ଗୁଳା ହୋଇପଡ଼ିଛି ହାଇଭୋଲ୍ଟର ଟ୍ରାନ୍ସଫର୍ମର

By Angul TV Bureau

May 26, 2025

ଅନୁଗୁଳ: ପୁଣି ପଦାରେ ପଡ଼ିଛି ଅନୁଗୁଳ ଜିଲ୍ଲା କିଶୋରନଗର ଅଧୀନସ୍ଥ ବାମୁର ଟାଟା ପାୱାର ବିଭାଗର ବିଫଳତା। ବିପଜ୍ଜନକ ଟ୍ରାନ୍ସଫର୍ମରକୁ ମୁକୁଳା ପକାଇଛି ଟାଟା। ନା’ ଚାରିପଟେ ଅଛି ବ୍ୟାରିକେଡ୍‌ ନା’ କୌଣସି ବିପଦସୂଚକ ମାର୍କ। କିଶୋରନଗର ଏସ୍‌ବିଆଇ ବ୍ୟାଙ୍କ ସାମ୍ନାରେ ଥିବା ଟାଟା ପାୱାରର ବିଦ୍ୟୁତ ଟ୍ରାନ୍ସଫର୍ମର ଏଭଳି ଅବସ୍ଥାରେ ପଡ଼ିଛି। ବିପଦସଙ୍କଳ ଅବସ୍ଥାରେ ପଡ଼ିଛି ଟ୍ରାନ୍ସଫର୍ମର। ଭୁଲରେ ବି ଯଦି କେହି ତା’ ନିକଟତର ହୁଅନ୍ତି, କୌଣସି ବିପଦ ଯେ ନ ଘଟିବ, କେହି କହିପାରିବେ ନାହିଁ। 

ନିକଟରେ ଖାଦ୍ୟ ଅନ୍ବେଷଣରେ ଯାଇ ଫସି ଯାଇଛନ୍ତି ଗୋ ମାତା, ଯାହାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।ତେବେ କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ବ୍ଲକ୍‌ର ବିଭିନ୍ନ ଜାଗାରେ ଏମିତି ଫୁଙ୍ଗୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର। ଆଉ କିଛି ଜାଗାରେ ଝୁଲି ପଡ଼ିଛି ଇଲେକ୍ଟ୍ରି ପୋଲ। ଫଳରେ ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟରା କଟୁଛି ଲାଇନ୍‌। ବାମୁର ଟାଟା ପାୱାର ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।