ମୁଖ୍ୟ ଖବର

ପୋୖର ଅଧିକାରୀ ଓ ଅନ୍ୟ ୪ କର୍ମଚାରୀଙ୍କ ନାଁ ରେ ଥାନାରେ ମାମଲା

By Biswaranjan Pattnaik

October 27, 2022

ଅନୁଗୁଳ: ଗତ ୨୬ ତାରିଖରେ ଅନୁଗୁଳର ଯୁବ ବ୍ୟବସାୟୀ ସଂଜୀବ କୁମାର ମାଣ୍ଡୋଠିଆ ଙ୍କ ପକ୍ଷରୁ ଅନୁଗୁଳ ଥାନାରେ ପୋୖର ଅଧିକାରୀ ଓ ଅନ୍ୟ ଚାରି ଜଣ କର୍ମଚାରୀଙ୍କ ନାମରେ ଅଭିଯୋଗ କରାଯାଇଛି।ଶ୍ରୀ ମାଣ୍ଡୋଠିଆ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୋୖର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଅନ୍ୟ ଚାରି ଜଣ ଅଫିସ କର୍ମଚାରୀ ପ୍ରଶାନ୍ତ ପଟ୍ଟନାୟକ,ଶ୍ରୀଧର ଭୁକ୍ତା,ଜଗମୋହନ ମିଶ୍ର ଓ ବିଭୁତି ମହାରଣାଙ୍କୁ ଧରି ହୁକୁରୁସିଂହା ସ୍ଥିତ ତାଙ୍କ ବାପାଙ୍କ ଦୋକାନ ଶଙ୍କର ଅଟୋମୋବାଇଲସକୁ ଆସି ଦୋକାନକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ।

ଟ୍ରେଡ଼ ଲାଇସେନ୍ସ ନଥିବାରୁ ଏପରି କରାଯିବ ବୋଲି ପୋୖର ଅଧିକାରୀ କହିଥିଲେ। ଦୁଇ ମାସ ହେବ ଟ୍ରେଡ଼ ଲାଇସେନ୍ସ ନବୀକରଣ ପାଇଁ ଦିଆଯାଇଛି,କାହିଁକି ଏ ଯାଏ ହୋଇନାହିଁ ବୋଲି ମାଣ୍ଡୋଠିଆ ପରିବାର ପ୍ରତିବାଦ କରିଥିଲେ।ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା ଏବଂ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କ ପରିବାର ଲୋକଙ୍କୁ ଏପରିକି ମହିଳା ସଦସ୍ୟ ପୁଙ୍କୁ ଧମକ ଚମକ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ ଉପରେ ପୋଲିସ କେଶ ନମ୍ବର ୫୬୯ରେ ମାମଲା ରୁଜୁକରି ଦଫା ୪୫୨,୨୯୪,୩୫୪,୩୭୯,୫୦୬ ଓ ଦଫା ୩୪ ଜରିଆରେ ତଦନ୍ତ ଆରମ୍ଭ କରିଛି।