ମୁଖ୍ୟ ଖବର

ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା, ସବୁ ଖର୍ଚ୍ଚ ବହନ କରିବେ ସରକାର

By Angul TV Bureau

January 08, 2025

ନୂଆଦିଲ୍ଲୀ: ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା। ପୀଡ଼ିତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ଏନେଇ ଏକ ନୂଆ ସ୍କିମ୍ “କ୍ୟାସଲେସ୍ ଟ୍ରିଟମେଣ୍ଟ” ଯୋଜନା ଘୋଷଣା କରାଯାଇଛି। ଅଧୀନରେ ସରକାର ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ୭ ଦିନର ଚିକିତ୍ସା ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ। ତେବେ ଏହି ଯୋଜନାରେ ଯଦି ପୋଲିସକୁ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ ସୂଚନା ପ୍ରଦାନ କରିଥାଏ, ତେବେ ସରକାର ହିଁ ଚିକିତ୍ସା ଖର୍ଚ୍ଚ ବହନ କରିବେ। ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ସ୍କିମରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ।

ଏଥିସହିତ ହିଟ୍ ଆଣ୍ଡ୍ ରନ ମାମଲାରେ ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ୨୦୨୪ ମସିହାରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୩୦,୦୦୦ ମୃତ୍ୟୁ ହେଲମେଟ୍ ନ ପିନ୍ଧିବା କାରଣରୁ ହୋଇଥିଲା ବୋଲି ଗଡ଼କରୀ କହିଛନ୍ତି।