ମୁଖ୍ୟ ଖବର

ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା: ଜଣେ ମୃତ, ଅନେକ ଗୋରୁ ମୃତ ଓ ଆହତ

By Angul TV Bureau

January 10, 2026

ମାଧପୁର: ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୋରୁ ଏଥିରେ ମୃତାହତ ହୋଇଥିବାବେଳେ ଅନେକ ଗୋରୁ ଆହତ ହୋଇଛନ୍ତି। କିଆକଟା ପୋଲିସ, ଅଗ୍ନିଶମବାହିନୀ ଏବଂ ପଶୁ ସମ୍ପଦ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି।