ଅନୁଗୁଳ: ନାଲ୍କୋ ଥାନାର ଟାଉନସିପ୍ ପରିସରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୁଲିସ ଜଣେ ନାବାଳକକୁ ଗିରଫ କରିଛି । ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ତା’ଠାରୁ ଚୋରି ସିସିଟିଭି ମଧ୍ୟ ପୁଲିସ ଜବତ କରିଛି। ଅଭିଯୁକ୍ତର ଘର କାମାକ୍ଷାନଗର ଥାନା ବିଜାଡିହି ଅଞ୍ଚଳରେ ହୋଇଥିଲେ ହେଁ ସେ ଏଠାରେ ଦୀର୍ଘଦିନ ଧରି ରହିଆସୁଥିଲା ।