ଅନ୍ୟାନ୍ୟ

ଦୁର୍ନୀତି ନିବାରଣ ସପ୍ତାହ ପାଳନ : ବଜାର ବୁଲି ସଚେତନ କଲେ ଭିଜିଲାନ୍ସ ଅଧିକାରୀ

By Angul TV Bureau

November 03, 2022

ଅନୁଗୁଳ: ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି। ଏ ଅବସରରେ ବୁଧବାର ଭିଜିଲାନ୍ସ କାର୍ଯ୍ୟାଳୟ ପରିସରରୁ ଏକ ରାଲି ବାହାରି ଦୁର୍ନୀତି ନିବାରଣ ପାଇଁ ସ୍ଳୋଗାନ୍ ଦେଇ ବଜାର ପରିକ୍ରମା କରିଥିଲେ, ଏହି ରାଲି ହେମସୁରପଡା ଛକ, ମେଡିକାଲ ଛକ, ରାଜା ଛକ, ଡିଆଇସି ଛକ ହୋଇ ହେମସୁରପଡା ଛକ ହୋଇ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ଥିଲା।

କାର୍ଯ୍ୟକ୍ରମରେ ଭିଜିଲାନ୍ସ ଡିଏସପି ସୋମନାଥ ବାରିକ, ଭିଜିଲାନ୍ସ ଅଧିକାରୀ ପି.କେ ସାମଲ, ପ୍ରିୟବ୍ରତ ପ୍ରଧାନ, ସୀତାପ ଚନ୍ଦ୍ର ରାୟ, ଅମରେନ୍ଦ୍ର ପ୍ରଧାନ, ପୋଲିସ ପ୍ରଶାସନ, ଆମ୍ବୁଲାନ୍ସ ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସେହିପରି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଗୁଳ ବ୍ଲକ ମିଶନ ଶକ୍ତି ପକ୍ଷରୁ ସମସ୍ତ ଏସଏଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଲିରେ ବାହାରି ଥାନା ଛକ, ରାଜା ଛକ ହୋଇ ଦୁର୍ନୀତି ସଚେତନତାର ନାରାବାଜି ଦେଇଥିଲେ।