ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଛି। ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ବିଭୂତି ଭୂଷଣ ସ୍ଵାଇଁ, ଯୁଗ୍ମ ସଂପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଞ୍ଚାନନ ବେହେରା, ସଦସ୍ୟା ସାଗରିକା ସେଠୀ ଓ ଆଚାର୍ଯ୍ୟ କମଳ ଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଅତିଥିମାନେ ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ପରେ ଜାତୀୟ ଗଣିତ ଦିବସ ପାଳନର ମହତ୍ଵ ତଥା ଗଣିତଜ୍ଞ ରାମାନୁଜନଙ୍କ ଜୀବନଦର୍ଶନ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ।
ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ପ୍ରକଳ୍ପ, ଗଣିତ ପ୍ରଶ୍ନ ମଞ୍ଚ, ଓଲଟା ଗଣନା, ଗଣିତ ପତ୍ରବାଚକ, ଚାର୍ଟ ପ୍ରଦର୍ଶନୀ, ଗୁଣନ ଖନ୍ଦା ଓ ଗଣିତଜ୍ଞଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ରବିନ୍ କୁମାର ବରାଳ, ପ୍ରକାଶ ଚନ୍ଦ୍ର ପ୍ରଧାନ, ମଳୟ କୁମାର ଦାସ, ଅଜୟ କୁମାର ସାହୁ, ବୀଣାପାଣି ବାରିକ, ଅନୀଲ କୁମାର ସାହୁ, କୁମୁଦ ଚନ୍ଦ୍ର ବେହେରା, ଆଚାର୍ଯ୍ୟା ପ୍ରିୟଙ୍କା ବେହେରା, ମୋନାଲିସା ମହାନ୍ତି, ସୁକନ୍ୟା ମାଝି, ସରିତା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ତ୍ରିଲୋଚନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।