ଅନ୍ୟାନ୍ୟ

ଜାତୀୟ ନବଜାତ ଶିଶୁ ସପ୍ତାହ ପାଳନ, ପିଲାଙ୍କ ଉପଯୁକ୍ତ ଲାଳନପାଳନ ଉପରେ ଗୁରୁତ୍ୱ

By Angul TV Bureau

November 21, 2022

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ ହୋଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ଥିଲେ। ଏ ଅବସରରେ ଡା.ଷଡଙ୍ଗୀ ଜାତୀୟ ନବଜାତ ଶିଶୁର ଯତ୍ନ ସପ୍ତାହ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ନବଜାତ ଶିଶୁର ଉପଯୁକ୍ତ ଲାଳନପାଳନ ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତୀ ଓ ଜନସାଧାରଣଙ୍କ ମଧ୍ୟରେ ନବଜାତ ଶିଶୁ ସୁରକ୍ଷା ସମ୍ବନ୍ଧରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ସ୍ଥାନୀୟ କଳାକାର ସଂଘର କଳାକାରମାନେ ପଥପ୍ରାନ୍ତ ପାଲା ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟକେନ୍ଦ୍ରର ଏଏନ୍ଏମ୍ ସ୍ଵର୍ଣ୍ଣଲତା ଭୋଇ, ଆଶାକର୍ମୀ ଟିକିନା ବେହେରା, ସବିତାରାଣୀ ପ୍ରଧାନ, କୁମୁଦିନୀ ଦାସ ଓ ଶାନ୍ତିଲତା ପୃଷ୍ଟି ସହଯୋଗ କରିଥିଲେ।