ଅନ୍ୟାନ୍ୟ

ଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

By Swagatika Samantray

August 06, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେ ତମ ଜନ୍ମଦିନ ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି। ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିଥି ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, ଅନୁଗୁଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା, ଆଶ୍ରମର ମୁଖ୍ୟ ମିନତି ଭଉଣୀ ଯୋଗ ଦେଇଥିଲେ।

ଏହି ଅବସରରେ କେକ୍‌ କଟାଯିବା ସହ ତାଙ୍କ ସଂପର୍କିତ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ଅତିଥି ଓ ପରିବାରବର୍ଗ ଶ୍ରୀମତି ପ୍ରଧାନଙ୍କ ସଂପର୍କରେ ମତ ରଖିଥିଲାବେଳେ ସେ ନିଜ ସୁସ୍ଥ ଜୀବନର ରହସ୍ୟ ସଂପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ତାଙ୍କର ୬ପୁଅ, ଗୋଟିଏ ଝିଅ, ୨ ପୁତୁରା ଓ ନାତିନାତୁଣୀଙ୍କ ସହ ପରିବାରର ୪୭ ଜଣ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସୁ‌ଲୋଚନା ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ତପନ ପ୍ରଧାନ, ମାନସ ଦେହୁରୀ, ପ୍ରଦୀପ୍ତ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।