ଅନ୍ୟାନ୍ୟ

କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଅକ୍ଷମତା ଦିବସ ପାଳିତ, ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ

By Angul TV Bureau

December 03, 2022

ଅନୁଗୁଳ: ସ୍ଥାନୀୟ ନାଲକୋ ନିକଟସ୍ଥ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମକେନ୍ଦ୍ର ଠାରେ ଆଜି ସକାଳେ ଅକ୍ଷମତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଏସ୍ ଶୁଭଲକ୍ଷ୍ମୀ ଯୋଗ ଦେଇ ଅକ୍ଷମତା ଦିବସ ପାଳନର ଗୁରୁତ୍ୱ ଓ ମହତ୍ତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପ୍ରସନ୍ନ କୁମାର ମହାନ୍ତି, ଦୁଷ୍ମନ୍ତ କୁମାର ନାଥ ଯୋଗ ଦେଇ ଶାରୀରିକ ଅକ୍ଷମ ବ୍ୟକ୍ତି କିପରି ନିଜକୁ ସ୍ୱାବଲମ୍ବୀ କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ।