ମୁଖ୍ୟ ଖବର

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା

By Angul TV Bureau

September 03, 2024

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିଠାରେ ମଙ୍ଗଳବାର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଚକାରୁ ଏହି ନିଆଁ ବ୍ୟାପିଥିଲା। ଖବର ପାଇ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସୂଚନା ମୁତାବକ, ଅନୁଗୁଳରୁ ସିମେଣ୍ଟ ବୋଝେଇ କରି ଏକ ଟ୍ୟାଙ୍କର(ସିଜି୦୭ ସିକେ ୭୪୫୬ ) ସମ୍ବଲପୁର ଯାଉଥିବା ବେଳେ ହଠାତ ପଛ ଚକରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କର ଜଳିବା ଦେଖି ଭୟରେ ଡ୍ରାଇଭର ଗାଡ଼ି ଛାଡ଼ି ଦୂରକୁ ଦୌଡ଼ି ପଳାଇଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।