ଅନ୍ୟାନ୍ୟ

ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପ୍ରସ୍ତୁତି, ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଆୟୋଜିତ

By Angul TV Bureau

July 13, 2025

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ୨୦୧୫ ମସିହା ଠାରୁ ୨୦୨୫ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଆୟୋଜିତ ହୋଇଛି।

ବୈଠକରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଶତବାର୍ଷିକୀର ସଫଳତା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ମିଡିଆ କମିଟିର ଦ୍ୱାରିକା ପ୍ରସାଦ ନନ୍ଦ, ଅର୍ଥ କମିଟିର ରୁଚିର ପାଣିଗ୍ରାହୀ, ଆବାହକ ଦିଲ୍ଲୀପ ଦାସ, ରବୀନ୍ଦ୍ର ମହାରଣା, ବିଦ୍ୟାଳୟର ଶିକ୍ଷୟିତ୍ରୀ ମନ୍ଦାକିନୀ ପ୍ରଧାନ, ପ୍ରିୟଦର୍ଶିନୀ ଶତପଥୀ, ସୁଶାନ୍ତ ତ୍ରିପାଠୀ, ବିଦ୍ୟାଳୟର ପୂର୍ବତନ କଳା ଶିକ୍ଷକ ରବୀନ୍ଦ୍ର ସାହୁ, ପୁରାତନ ଛାତ୍ର ଦୀନେଶ ପ୍ରଧାନ, ସତ୍ୟବ୍ରତ ସାହୁଙ୍କ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।