ମୁଖ୍ୟ ଖବର

ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ବନ୍ଦ କଲେ ୭୦ ଲକ୍ଷ ମୋବାଇଲ ନମ୍ବର

By Swagatika Samantray

November 29, 2023

ନୂଆଦିଲ୍ଲୀ: ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଛନ୍ତି ସରକାର। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଥିବା ଜଣାଯାଇଛି। ଏ ନେଇ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଯୋଶୀ ସୂଚନା ଦେଇଛନ୍ତି। ଠକେଇକୁ ରୋକିବା ପାଇଁ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଆଧାର ନମ୍ବର ସଂଯୋଗ ଥିବା ପେମେଣ୍ଟ ବ୍ୟବସ୍ଥାରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସାଇବର ଜାଲିଆତି ରୋକିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ଆର୍ଥିକ ସେବା ବିଭାଗ ସଚିବ ସୂଚନା ଦେଇଛନ୍ତି। ପରବର୍ତ୍ତୀ ବୈଠକ ଜାନୁଆରିରେ ହେବାକୁ ସ୍ଥିର କରାଯାଇଥିବା ସେ କହିଛନ୍ତି।