ମୁଖ୍ୟ ଖବର

ସେଣ୍ଟ୍ରାଲ ପୂଜା କମିଟିର ବୈଠକ

By Biswaranjan Pattnaik

September 19, 2022

ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଆଜି ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଆୟୋଜିତ ହୋଇଯାଇଛି।ବୈଠକରେ ଆରମ୍ଭରୁ ୯ ଜଣ ସଦସ୍ୟଙ୍କ ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଘଟି ଥିବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର ସାମନ୍ତଙ୍କୁ ସଭାପତି, ଦିଲୀପ ପ୍ରଧାନଙ୍କୁ ସାଧାରଣ ସମ୍ପାଦକ, ଅକ୍ଷୟ ଦାସଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା। ସହ କାର୍ଯ୍ୟକର୍ତ୍ତା ରୂପେ ନୂଆକରି ବଳରାମ ଜେନା, ପୂର୍ଣ୍ଣଚନ୍ଦ୍ର ରାଉତ, ରଞ୍ଜିତ ମଣ୍ଡୋଠିଆ, ବିରେନ୍ଦ୍ର ନାୟକ, ବ୍ରଜବନ୍ଧୁ ସାହୁ,ସୁଧୀର ରଞ୍ଜନ ସାହୁଙ୍କୁ ସାମିଲ କରା ଯାଇଥିଲା।

ଦୁର୍ଗା ପୂଜାରେ ୧୧ଟି ମେଢ଼ ଓ ଲକ୍ଷ୍ମୀ ପୂଜାରେ ୨୯ଟି ମେଢ଼ ହେବ। ଲକ୍ଷ୍ମୀ ପୂଜା ମେଲଣରେ ୧୧ଟି ପୂଜା କମିଟିର ମେଢ଼ ଭାଗ ନେବେ। ଦୁର୍ଗା ପୂଜା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ୬ ତାରିଖରେ ଭସାଣି ହେବ। ଲକ୍ଷ୍ମୀ ପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜନ ହେବ। ଦୂର୍ଗା ପୂଜାରେ ହେମସୂର୍ ପଡ଼ା ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହେବ। ପୂର୍ବପରି ସେଣ୍ଟ୍ରାଲ ସାଉଣ୍ଡ ଓ ସେଣ୍ଟ୍ରାଲ କମିଟିର ବସ୍ ଷ୍ଟାଣ୍ଡରେ ଏକ ଅଫିସ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୨ଟା ଯାଏ ଚାଲୁ ରଖିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଭକ୍ତି ପ୍ରସାଦ ଦାସ,ବରିଷ୍ଠ କାର୍ଯ୍ୟକର୍ତ୍ତା କିଶୋର କର, ପଦ୍ମ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।