ମୁଖ୍ୟ ଖବର

ହିଡ଼ିଶିଙ୍ଗ ଜଳସେଚନ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ

By Angul TV Bureau

September 11, 2025

ବନ୍ତଳା: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ ଅଧୀନ କରଡ଼ାଶିଙ୍ଗଠାରେ ପ୍ରସ୍ତାବିତ ହିଡ଼ିଶିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ବୁଧବାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି।

ଦଳରେ କଲିକତାର ଆସିଷ୍ଟାଣ୍ଟ କମିଶନର ଡ. ସୂର୍ଯ୍ୟ ଦତ୍ତ, ଭୁବନେଶ୍ୱରର ଆସିଷ୍ଟାଣ୍ଟ ଚିଫ ଇଞ୍ଜିନିୟର ପ୍ରମୋଦ କୁମାର ନାୟକ, ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ପ୍ରମୁଖ ସାମିଲ ଥିଲେ। ସେମାନେ ପ୍ରକଳ୍ପ ସ୍ଥଳ, ରିଜର୍ଭ ଜଙ୍ଗଲ, ଚାଷ ଜମି, କେନାଲ ଓ ଡ୍ୟାମ ନିର୍ମାଣ ସ୍ଥାନ ତଦାରଖ କରିଥିଲେ। ପ୍ରକଳ୍ପ ନିର୍ମାଣ ଦ୍ୱାରା କ୍ଷତି ହ୍ରାସ ଓ ବହୁଗୁଣ ଲାଭ ସହ ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ ବୋଲି ଟିମ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ହିଡ଼ିଶିଙ୍ଗ କୃଷକ ମହାସଂଘର ସଭାପତି ଦିନେଶ ଦେହୁରୀ, ନନ୍ଦପୁର ସରପଞ୍ଚ ଜଗବନ୍ଧୁ ସାହୁ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।