ମୁଖ୍ୟ ଖବର

ବାସନ୍ତୀ ଦୁର୍ଗା ମଣ୍ଡପ ଓ ରାମ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

April 05, 2025

ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ଅନୁଗୁଳ ଗସ୍ତ କରି ଅମଲାପଡ଼ାରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ବନ୍ତଳାରେ ଦୁର୍ଗା ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ବନ୍ତଳା ରାମ ମନ୍ଦିରରେ ନବରାତ୍ରୀ ବିଶେଷ ପୂଜା ଓ ଯଜ୍ଞରେ ଯୋଗଦେଇଥିଲେ କେନ୍ଦ୍ର ମନ୍ତ୍ରୀ।

ଏ ଅବସରରେ ବନ୍ତଳା ରାମ ମନ୍ଦିର କମିଟିର ମୁଖ୍ୟ ପୁରୋଧା ତଥା ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରଭାତ କୁମାର ପ୍ରଧାନ, ବିଶ୍ୱଜିତ ମିଶ୍ର, ସୁଦିପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।