ମୁଖ୍ୟ ଖବର

ବନ୍ତଳା ପାଇଁ ବଡ଼ ଖବର: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ କେନ୍ଦ୍ରର ମୋହର, ବିଧାୟକଙ୍କୁ ସମ୍ବର୍ଦ୍ଧନା

By Angul TV Bureau

February 06, 2026

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତଳା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ହିଡିସିଙ୍ଗ ଜଳପ୍ରକଳ୍ପକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପାଇଁ ବନ୍ତଳାବାସୀ ଓ ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବିଧାୟକଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଗ୍ରାମବାସୀମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ସମ୍ବର୍ଦ୍ଧନା ଗ୍ରହଣ କରି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ, ଏହି ସଫଳତାର ସମସ୍ତ ଶ୍ରେୟ ବନ୍ତଳାବାସୀଙ୍କର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବନ୍ତଳା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଳସେଚନର ସମସ୍ୟା ଦୂର ହେବା ସହ ଅଞ୍ଚଳଟି ସବୁଜିମାମୟ ହୋଇଉଠିବ।

ଏହି ଉତ୍ସବରେ ବିଜେପି ନେତା ଲକ୍ଷ୍ମଣ ସାହୁ, ହାଡିବନ୍ଧୁ ଦେହୁରି, ଏବଂ ବନ୍ତଳା ମଣ୍ଡଳ ସଭାପତି କାହ୍ନୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଶଙ୍ଖପୁର, ନନ୍ଦାପୁର, ବସଲା ଓ ତଳଗଡ଼ର ସରପଞ୍ଚଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ।