ମୁଖ୍ୟ ଖବର

ଓଡିଏମ ଇଣ୍ଟରନ୍ୟାସନାଲ ପକ୍ଷରୁ ଉତ୍କର୍ଷ ସମାରୋହ

By Biswaranjan Pattnaik

May 18, 2024

ଅନୁଗୁଳ: କୁଇଓ ଜାମୁନାଳି ସ୍ଥିତ ଓଡିଏମ ଇଣ୍ଟରନ୍ୟାସନାଲ ସ୍କୁଲରେ ଉତ୍କର୍ଷ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରିନ୍ସପାଲ କଳିଙ୍ଗ ରୁଦ୍ର ପଣ୍ଡା ପ୍ରଦୀପ ଜାଳି ସମାରୋହକୁ ଉଦଘାଟନ କରିଥିଲେ ।

ଗତ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ନବେ ପ୍ରତିଶତରୁ ଅଧିକ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୨ ଜଣ ଟପର ଓ ଅନ୍ୟାନ୍ୟ ବିଭାଗରେ ଉତ୍କର୍ଷତା ହାସଲ କରିଥିବା ୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇ ସମ୍ବର୍ଧିତ କରାଯାଇଥିଲା।

ଏ ଅବସରରେ ସ୍କୁଲ ପ୍ରିନ୍ସିପାଲ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଭବିଷ୍ୟତର ରାସ୍ତା ସେମାନେ କିଭଳି ନିର୍ଣ୍ଣୟ କରିବେ ଏବଂ ଆଗାମୀ ଦିନରେ‌ ପରିଶ୍ରମ ବଜାୟ ରଖି ସଫଳତାକୁ କିଭଳି‌ ଦୋହରାଇବେ ସେଥିନେଇ ଉପଦେଶ ପ୍ରଦାନ କରିଥିଲେ। ସହଯୋଗୀ ଶିକ୍ଷୟିତ୍ରୀ ପରମିନ୍ଦର୍ କୌର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଭା ପରିଚାଳନା କରିଥିଲେ।